ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଘରଧରା ଗ୍ରାମରେ ଜଣେ ବିବାହିତା ମହିଳା ବିଷ ପାନ କରି ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଭାଇ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ଘରଧରା ଗ୍ରାମର ଧନେଶ୍ୱର ସଗରିଆ ନାମକ ଯୁବକ ଗତ ୧୩ ବର୍ଷ ତଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ଜୋଡାମାଲ ଗ୍ରାମର ନିର୍ବାଳୀ ସଗରିଆ(୨୮)ଙ୍କୁ ବିବାହ କରିଥିଲେ। ହେଲେ କୌଣସି କାରଣ ବସତଃ ଆଜି ସକାଳେ ମହିଳା ଜଣକ ବିଷ ପାନ କରି ଦେଇଥିଲେ । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବର୍ତ୍ତମାନ ତାଙ୍କର ୨ ନାବାଳକ ପୁଅ ଅଛନ୍ତି।

ଅନ୍ୟପକ୍ଷରେ ମୃତ ମହିଳା ନିର୍ବାଳୀଙ୍କ ଭାଇ ତାଙ୍କ ଭଉଣୀଙ୍କୁ ଜୀବନରେ ମାରି ଦେଇଥିବା ନେଇ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗରେ ତାଙ୍କ ଜ୍ୱାଇ ଧନେଶ୍ୱର ୪ ମାସ ତଲେ ଆଉ ଜଣେ ଝିଅଙ୍କୁ ଧରି ଫେରାର ମାରିଥିଲେ । ସେମାନେ ବାହାରେ ରହିବା ପରେ ଗତ ଏକ ମାସ ହେଲା ତାଙ୍କ ଘରକୁ ଆସି ଜ୍ୱାଇଁ ଏବଂ ଦ୍ୱିତୀୟ ସ୍ତ୍ରୀ ମିଶି ଅନେକ ସମୟରେ ତାଙ୍କ ଭଉଣୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଯୌତୁକ ଜନିତ ନିର୍ଯ୍ୟାତନା ଦେଉଥିଲେ । ଶେଷରେ ସେମାନେ ଭଉଣୀ ନିର୍ବାଳୀଙ୍କୁ ଜୀବନରେ ମାରି ଦେଇଥିବା ନେଇ ଅଭିଯୋଗରେ ଦର୍ଶାଇଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ଏ ନେଇ ଖଡିଆଳ ଥାନାରେ ୧୪୯/୨୦୨୦ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ବିଷପାନ ଜନୀତ କାରଣରୁ ନିର୍ବାଳୀ ସଗରିଆଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ପୁଲିସ ଏଏସଆଇ ଜିତେନ୍ଦ୍ର ନାଏକ ଘଟଣାର ତଦନ୍ତ କରୁଥିବା ବେଳେ ଧନେଶ୍ୱର ସଗରିଆଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡ଼ିଛି।

Comments are closed.