ଚର୍ଚ୍ଚାରେ କେଜିଏଫ୍-୨

କେଜିଏଫ୍‌, ଦକ୍ଷିଣ ଭାରତୀୟ ଏଇ ଚଳଚ୍ଚିତ୍ର ୫ଟି ଭାଷାରେ ମୁକ୍ତିଲାଭ କରି ରେକର୍ଡ ସ୍ଥାପନ କରିଥିଲା। ଏହାର ଦ୍ବିତୀୟ ଭାଗର ସମସ୍ତସୁଟିଂ ଶେଷ ହୋଇଥିବାର ଖବର ମିଳିଥିବାବେଳେ ୨୦୨୧ ଜାନୁଆରୀ ୮ରେ ଏହାର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିବ। ଜାନୁଆରୀ ୮ରେ ଚଳଚ୍ଚିତ୍ରର ମୁଖ୍ୟ କଳାକାର ୟଶ୍‌ଙ୍କ ୩୪ତମ ଜନ୍ମଦିନ ଅବସରରେ ପ୍ରଯୋଜକ ଓ ନିର୍ଦେଶକ ଟ୍ରେଲର୍ ମୁକ୍ତିଲାଭର ଯୋଜନା ରଖିଛନ୍ତି। ପ୍ରଥମ ଭାଗଟି ସୁପରହିଟ୍ ତାଲିକାଭୁକ୍ତ ହେବା ସହ ଦ୍ବିତୀୟ ଭାଗ ମଧ୍ୟ ଭଲ ବ୍ୟବସାୟ କରିବାର ଅନୁମାନ କରାଯାଉଛି। ଦ୍ବିତୀୟ ଭାଗରେ ଅନ୍ୟତମ ମୁଖ୍ୟ ଆକର୍ଷଣ ହେଲେ ସଞ୍ଜୟ ଦତ୍ତ, ଖଳନାୟକ ଭୂମିକାରେ ସେ ଦେଖାଦେବେ।

କୋଭିଡ୍-୧୯ କଟକଣା ସହ କର୍କଟ ରୋଗରୁ ଆରୋଗ୍ୟ ଲାଭ ପରେ ତୁରନ୍ତ ସଞ୍ଜୟ ଏହାର ସୁଟିଂ ପାଇଁ ବରାବର ହାଇଦରାବାଦ ଯାଇ ଶେଷ କରିଥିଲେ। ନିର୍ଦେଶକ ପ୍ରଶାନ୍ତ ନିଲ୍ କହିଛନ୍ତି, ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ପୂର୍ବରୁ ପ୍ରଥମେ ସେ ଦେଢ଼ ବର୍ଷ ସମଗ୍ର କେଜିଏଫ୍ ଘଟଣା ଉପରେ ଭଲ ଭାବେ ଗବେଷଣା କରିବା ପରେ ସୁଟିଂ ପାଇଁ ଆଗକୁ ବଢ଼ିଥିଲେ। ଅଭିନେତା ୟଶ୍‌ ମଧ୍ୟ କିଛି କମ୍ ପରିଶ୍ରମ କରିନାହାନ୍ତି। କେଜିଏଫ୍ ପାଇଁ ସେ ୨୭ଥର ହେୟାର୍‌ ଷ୍ଟାଇଲ୍ ପରିବର୍ତ୍ତନ କରିବା ପରେ ଶେଷରେ ମନୋନୀତ ହୋଇଥିଲେ। ବାହୁବଳୀ ପରେ ଏହା ଦ୍ବିତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର, ଯାହା ସମଗ୍ର ଭାରତରେ ସୁପରହିଟ୍ ହୋଇଛି।

Comments are closed.