ସାମ୍ନାକୁ ଆସିଲା ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌-୨’ର ମୁକ୍ତିଲାଭ ତାରିଖ

ମୁମ୍ବଇ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍‌-୨’ର ମୁକ୍ତିଲାଭ ତାରିଖ ଘୁଞ୍ଚାଇ ଦିଆଯାଇଛି। ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟାଇ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। କନ୍ନଡ଼ ସୁପରଷ୍ଟାର ୟଶ ନିଜେ ଚଳଚ୍ଚିତ୍ରର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ୧୪ ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ‘କେଜିଏଫ୍‌-୨’। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ୟଶ ଏନେଇ ସୂଚନା ଦେଇଛନ୍ତି। ଏଥିସହ ସେ ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ୟଶଙ୍କ ଏହି ପୋଷ୍ଟ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି।


ଫିଲ୍ମର ଅନ୍ୟତମ ମୁଖ୍ୟ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ନୂଆ ପୋଷ୍ଟର ଶେୟାର କରିବା ସହ ରିଲିଜ୍‌ ତାରିଖ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି।

Comments are closed.