ଭିଜିଲାନ୍ସ ଜାଲରେ କେସିଙ୍ଗା ବନ ଅଧିକାରୀ

କେସିଙ୍ଗା : କଳାହାଣ୍ଡି କେସିଙ୍ଗା ବନ ଅଧିକାରୀ ଦୀନବନ୍ଧୁ ମେହେରଙ୍କ ବଲାଙ୍ଗୀର ସ୍ଥିତ ଘର ଏବଂ କେସିଙ୍ଗାସ୍ଥିତ କାର୍ଯ୍ୟଳୟ ଓ ସରକାରି ବାସଭବନରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଆୟବର୍ହିଭୁତ ସମ୍ପତି ଠୂଳ ଅଭିଯୋଗରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ବଲାଙ୍ଗୀରରୁ ମେହେରଙ୍କୁ ଭିଜିଲାନ୍ସ ବିଭାଗ କେସିଙ୍ଗା ଆଣି ତାଙ୍କ କାର୍ଯ୍ୟଳୟ ଓ ସରକାରି ବାସଭବନର ଖାନ ତଲାସ କରିଛି। ଚଢାଉରେ ବରଗଡ ଭିଜିଲାନ୍ସ ଡିଏସ୍‍ପି ବିରେନ୍ଦ୍ର କୁମାର ନାଏକ , ବଲାଙ୍ଗିର ଇନ୍ସପେକ୍ଟର ସଦାନନ୍ଦ ପାଣି, ଭବାନିପାଟଣାର ଶୁଶାନ୍ତ କୁମାର ପଟ୍ଟନାୟକ, ପ୍ରକାଶ ବେହେରା ସମେତ ଅନ୍ୟମାନେ ସାମିଲ ଅଛନ୍ତି।

ଗତ କିଛିଦିନତଳେ ପୁଲିସ ଭ୍ୟାନରେ କାଠ ଚୋରା ଚାଲାଣ ହେଉଥିବା ବେଳେ ସେ ଧରିଥିଲି। ତେଣୁ ତାଙ୍କୁ ହଇରାଣ କରିବାକୁ ଏଭଳି କରାଯାଇଥିବା ଅନୁମାନ କରୁଛି ବୋଲି ମେହେର ପ୍ରତିକ୍ରିୟାରେ କହିଛନ୍ତି।

Comments are closed.