ବୈତରଣୀ ନଦୀରେ ବୁଡ଼ି ନାବାଳକ ମୃତ

କେଶଦୁରାପାଳ: କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁର ବୈତରଣୀ ନଦୀରେ ମା ସହ ଗାଧୋଉଥିବାବେଳେ ଭାସିଯାଇ ନାବାଳକର ମୃତ୍ୟୁ ଘଟିଛି। ସକାଳ ସମୟରେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ପାଣିରେ ଭାସିଯାଇଥିଲେ। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରିବା ପରେ ବାଳକଟିକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଉର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ନାବାଳକ ପଦ୍ମପୁରର ରମେଶ ସାହୁଙ୍କ ପୁଅ ରୁଦ୍ର ପ୍ରତାପ ସାହୁ ବୋଲି ସୂଚନା ମିଳିଛି। ପୁଲିସ ଶବ ବ୍ୟବଚ୍ଛେଦ କରି ତଦନ୍ତ ଜାରି ରଖିଛି।

Comments are closed.