ଡକାୟତି ଅଭିଯୋଗରେ ଯୁବକ ଗିରଫ

କେଶଦୁରାପାଳ:ଡକାୟତି ଅଭିଯୋଗ ରେ ଜଣେ ଯୁବକ ଦେଓଗାଁ ଅଞ୍ଚଳରୁ ଗିରଫ ହୋଇଥିବା ଜଣାପଡ଼ିଛି । ସୁଚନା ରୁ ଜଣାଯାଏ ହରିଚନ୍ଦନପୁର ଥାନା ଅଞ୍ଚଳରେ ଗତ କିଛି ଦିନ ତଳେ ଏକ ଡକାୟତି ହୋଇଥିବା ନେଇ ବରିପାଳ ଗ୍ରାମର ସୁନିଲ ପାତ୍ର ଓ ଅନିଲ ପାତ୍ରଙ୍କ ନାମରେ ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ଧରି ଏମାନେ ଫେରାର ଥିଲେ । ଆଜି ଦେଓଗାଁ ଅଞ୍ଚଳରେ ବୁଲୁଥିବା ନେଇ ଘସିପୁରା ପୁଲିସ ଖବର ପାଇଥିଲେ। ଏହାପରେ ଦେଓଗାଁ ଅଞ୍ଚଳରେ ଚଢାଉ କରି ସୁନିଲ ପାତ୍ରକୁ ଗିରଫ କରି ହରିଚନ୍ଦନପୁର ଥାନା କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Comments are closed.