ଅଟୋ ଓଲଟି ଜଣେ ମୃତ, ୪ ଗୁରୁତର

କେଶଦୁରାପାଳ : ଅଟୋ ଓଲଟି ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ  କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ମହୁଲଡିହା ଥାନା ଅନ୍ତର୍ଗତ ବାଘଦବା ଗ୍ରାମର ମହିଳାମାନେ ଏକ ଅଟୋ ଯୋଗେ ବାଉଁଶ ଗଡ଼ ଗ୍ରାମକୁ ଯାଉଥିଲେ। ଶାଳଚୁଆ ଘାଟି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ମହିଳା ମାନେ ଗୁରୁତର ଆହାତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଯୋଗେ ଗୁରୁତର ଆହାତକୁ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥିବା । ସେଠାରେ ବିମଳା ନାଇକର ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଅନ୍ୟ ଦୁଇଜଣ ମହିଳା ପୂର୍ଣ୍ଣିମା ନାଇକ ଓ ରଶ୍ମିତାକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସତ୍ୟଭାମା ନାଇକ ଓ. ଲତାମଣି ନାଇକ ଆନନ୍ଦପୁରଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି । ମହୁଲଡିହା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ସଂନ୍ଧ୍ୟା ହୋଇ ଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିବା ଜଣାପଡ଼ିଛି।

Comments are closed.