ନଦୀରେ ବୁଡ଼ି ୧୩ ବର୍ଷର ଶିଶୁପୁତ୍ର ମୃତ

କେଶଦୁରାପାଳ :  ବୈତରଣୀ ନଦୀରେ ବୁଡ଼ି ୧୩ ବର୍ଷର ଶିଶୁ ପୁତ୍ର ମୃତ ହୋଇଯାଇଥିବା ଜଣାପଡ଼ିଛି । ସୁଚନା ରୁ ଜଣାଯାଏ ଆନନ୍ଦପୁର ଥାନା ଅନ୍ତର୍ଗତ ତରଭା ଗ୍ରାମର ପ୍ରତାପ କୁମାର ସାହୁ ଙ୍କ ପୁଅ ସୁଭେନ୍ଦୁ ସାହୁ (୧୩) ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବସତ ନଦୀରେ ବୁଡ଼ି ଯାଇଥିଲା ଏହା ସାଙ୍ଗମାନେ ଜାଣିବା ପରେ ପରିବାର କୁ ଜଣାଇଥିଲେ। ପରିବାର ଲୋକମାନେ ଖୋଜା ଖୋଜି କରିବା ସହିତ ଦମକଳ ବାହିନୀ କୁ ଖବର ଦେଇଥିଲେ ଆନନ୍ଦପୁର ଦମକଳ ବାହିନୀ ପହଂଚି ଶିଶୁପୁତ୍ରକୁ ଅନେକ ଖୋଜିବା ପରେ ଶିଶୁ ପୁତ୍ରକୁ ଉଦ୍ଧାର କରି ସହିତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ବାଳକ କୁ ମୃତ ଘୋଷଣା କରିଥିଲେ । ପୁଲିସ ପକ୍ଷରୁ ଶବକୁ ଜବତ କରିବା ସହିତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

Comments are closed.