କେନ୍ଦୁଝର ଏସପିଙ୍କୁ ଜାତୀୟ ମାନବାଧିକାରଙ୍କ ନୋଟିସ୍‌

କେଶଦୁରାପାଳ: କେନ୍ଦୁଝର ଏସପିଙ୍କୁ ଜାତୀୟ ମାନବାଧିକାର ନୋଟିସ୍‌ ପଠାଇଥିବା ଜଣାପଡ଼ିଛି। ସୁଚନାରୁ ଜଣାଯାଏ ଯେ, କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଚାପୁଣ୍ଡିଆ ଗ୍ରାମର ରତ୍ନାକର କବି ଗତ କିଛି ଦିନ ତଳେ ହାଟଡିହି ବ୍ଳକର କିଛି ତଥ୍ୟ ଜାଣିବା ପାଇଁ ସୁଚନା ଅଧିକାର ଆଇନର ସହାୟତା ନେଇଥିଲେ। ଅଧିକାରୀ ତଥ୍ୟ ନେଇ ନ ଥିବା ବେଳେ ଏହାକୁ କିଛି ବ୍ୟକ୍ତି ଜାଣିବା ପରେ ନିଜର ଗୋପନୀୟତା ପଦାରେ ପଡ଼ି ଯିବା ଭୟରେ ରକ୍ତ ମୁଖା ହୋଇ ବାହାରୀ ପୁର ଗ୍ରାମର ଦୁଃଶାସନ ବେହେରା, ଗୋବିନ୍ଦପୁର ଗ୍ରାମର ସୁବାଷ ଚନ୍ଦ୍ର ଦୋରା, ଓ କଦମଡିହି ଗ୍ରାମର ଅଜୟ କୁମାର ସାହା ପ୍ରମୁଖ ମିଶି ୩୦/ ୧୨/ ୨୦୨୦ ତାରିଖ ୩.୩୦ ମିନିଟ ସମୟରେ ରତ୍ନାକର କବିଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଖଣ୍ଡା, ଭୁଜାଲି, ଛୁରୀରେ ଆକ୍ରମଣ କରିବା ସହିତ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିଲେ। ଏ ନେଇ ନନ୍ଦିପଦା ଥାନାରେ ରତ୍ନାକର କବି ଅଭିଯୋଗ କରିଥିଲେ। ହେଲେ ପୁଲିସ ସେମାନଙ୍କୁ ଆଜି ଯାଏ ଗିରଫ କରି ନାହିଁ ସେମାନେ ବିଚ ବଜାରରେ ବୁଲୁଥିବା ଅଭିଯୋଗ ହେଉଛି। ଅନ୍ୟ ପକ୍ଷରେ ପୁଲିସ ପାଖରୁ ନ୍ୟାୟ ନପାଇ ରତ୍ନାକର କବି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏ ହାକୁ ଆଧାର କରି ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଏସପିଙ୍କୁ ଏକ ନୋଟିସ୍‌ ପଠାଇଥିବା ଜଣାପଡ଼ିଛି। ଆସନ୍ତା ୧୦ ଦିନ ମଧ୍ୟରେ ଏ ସଂପର୍କରେ ଜଣାଇବା ପାଇଁ ନୋଟିସରେ କହିଛନ୍ତି।

Comments are closed.