ଆମ୍ବୁଲାନ୍ସ ସେବାରେ ଅବହେଳା ଅଭିଯୋଗ, ଚାଲିଗଲା ନାବାଳିକାର ଜୀବନ

କେଶଦୁରାପାଳ: ଆମ୍ବୁଲାନ୍ସ ସେବାରେ ଅବହେଳା ଅଭିଯୋଗରେ ଜଣେ ନାବାଳିକାର ଜୀବନ ଚାଲିଗଲା ପରେ ଆନନ୍ଦପୁର ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନିନ୍ଦିପଦା ଥାନା ଅନ୍ତର୍ଗତ ଖେତୁ ଆଳି ଗ୍ରାମର ବସନ୍ତ ବେହେରାଙ୍କର ଝିଅ ଜୋସ୍ନାମୟୀ ବେହେରା ଶ୍ୱାସ ଜନିତ ରୋଗରେ ପୀଡିତ ହୋଇ ଗୁରୁତର ହେବାରୁ ଶନିବାର ସକାଳ ସମୟରେ ୧୦୮କୁ ଫୋନ କରିଥିଲେ। ଆମ୍ବୁଲାନ୍ସ ପହଞ୍ଚି ଜୋସ୍ନାମୟୀକୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲା। ବାଟରେ ଝିଅ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ ଜୋସ୍ନାମୟୀ। ଅସ୍କିଜେନ ଲଗାଇବା ପାଇଁ ବାପା ବସନ୍ତ ଓ ମାଆ କାକୁତି ମିନତି ହୋଇଥିଲେ ହେଁ ଆମ୍ବୁଲାନ୍ସ କର୍ମଚାରୀ ଅସ୍କିଜେନ ଲଗାଇବା ପରିବର୍ତ୍ତେି ତୁମେ କଣ ଡାକ୍ତର ବୋଲି ଧମକ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚିବା ବେଳେ ଡାକ୍ତର ଜୋସ୍ନାମୟୀକୁ ମୃତ ଘୋଷଣା କରିଥିଲେ। ଫଳରେ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚି ଉତ୍ତେଜନା ସୃଷ୍ଟି କରିଥିଲେ ଫଳରେ ଘସିପୁରା ପୁଲିସ ପହଞ୍ଚି ବୁଝାସୁଝା କରିବା ସହିତ ନନ୍ଦିପଦା ପୁଲିସକୁ ଖବର ଦେଇ ଥିଲେ। ନନ୍ଦିପଦା ପୁଲିସ ନରେଶ ଦାସ ପହଞ୍ଚି ଶବକୁ ବ୍ୟବଛେଦ କରି ପବିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁ  ନାବାଳିକାର ଜୀବନ ଚାଲିଗଲା ବୋଲି ଜୋସ୍ନାମୟୀର ବଡ଼ ବାପା ଯୁଧିଷ୍ଠିର ବେହେରା ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ଼ କଥା ସରକାର ଆମ୍ବୁଲାନ୍ସ ସେବାରେ ଯୋଗାଇ ଦେଇ ଥିବା ବେଳେ ଗୁରୁତର ରୋଗୀ ମାନଙ୍କ ପାଇଁ ଅସ୍କିଜେନର ବ୍ୟବସ୍ଥା ରହିଛି। ହେଲେ ଅସ୍କିଜେନ ନ ଲଗାଇ ଅବହେଳା କରି ମୋର ଝିଆରୀକୁ ମାରି ଦେଲେ ବୋଲି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରିବା ସହିତ ଭବିଷ୍ୟତରେ ଏପରି ଘଟଣା ନ ଘଟିବା ପାଇଁ ଦୃଷ୍ଟି ଦେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।

Comments are closed.