ବୋହୁର ଲୁହା ନଳ ପ୍ରହାରରେ ଶାଶୁ ଗୁରୁତର

କେଶଦୁରାପାଳ : ସମାଜରେ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର ବଢି ବଢି ଚାଲିଥିବା ବେଳେ ଅନେକ ପରିବାରର ଶାଶୁ ଓ ବୋହୁଙ୍କ ମଧ୍ୟରେ କଳହ ଲାଗି ରହିଥିବା ବେଳେ ଆନନ୍ଦପୁର ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୋହୁର ନଳ ପ୍ରହାର ରେ  ଶାଶୁ ଗୁରୁତର ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୁଚନାରୁ ଜଣାଯାଏ ଆନନ୍ଦପୁର ଥାନା ଅନ୍ତର୍ଗତ ବିରିଡିହା ଗ୍ରାମ ବାବୁଲି ଜେନାଙ୍କ ପୁତ୍ର ଗତ ୨ ମାସ ତଳେ ବାରୁଆଁ ଗ୍ରାମରେ ନିଜ ପସନ୍ଦ ମୁତାବକ ଏକ ଝିଅକୁ ବିବାହ କରିଥିଲେ।

ତେବେ ବିବାହ ପରେ ଘରେକୁ ଆସିଥିବା ବୋହୁ ଘରେ କୌଣସି କାମ କରୁନଥିବା ଶାଶୁ କେଲୁଣୀ ଜେନା ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ରେ ଅନେକ ସମୟରେ ପାଟିତୁଣ୍ଡ ଲାଗି ରହେ ଆଜି ଏ ନେଇ ଶାଶୁ ଓ ବୋହୁ ଙ୍କ ମଧ୍ୟରେ ଖୁବ୍ ଯୋର ରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ବୋହୁ ଉତ୍ୟକ୍ତ ହୋଇ ଶାଶୁ କୁ ଏକ ଲୁହା ନଳରେ ମୁଣ୍ଡକୁ ଖୁବ୍ ଯୋର ରେ ପ୍ରହାର କରିଥିଲା। ପଂଳରେ ଶାଶୁ କେଲୁଣୀ ଜେନାଙ୍କ ମୁଣ୍ଡ ଫାଟିଯାଇ ଗୁରୁତର ହୋଇଥିଲା । କେଲୁଣୀ ଜେନାଙ୍କ ମୁଣ୍ଡ ଫାଟି ଯିବାପରେ ସ୍ଵାମୀ ବାବୁଲି ଜେନା ଏକ ବାଇକ ଯୋଗେ ସ୍ତ୍ରୀ କେଲୁଣୀ ଜେନାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ। ବର୍ତ୍ତମାନ କେଲୁଣୀ ଜେନା ପ୍ରାଥମିକ ଚିକିତ୍ସା ହୋଇ ଆନନ୍ଦପୁର ଡାକ୍ତରଖାନାରେ ଥିବା ଜଣାପଡ଼ିଛି ।

Comments are closed.