ନିପା ସଂକ୍ରମଣ : ୬ ଜଣ ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ନେଗେଟିଭ୍

ନୂଆଦିଲ୍ଲୀ : ନିପା ସଂକ୍ରମଣ ନେଇ ଚାଲିଥିବା ସତର୍କତା ପଦକ୍ଷେପ ପରେ ଏବେ ସାମାନ୍ୟ ଆସ୍ବସ୍ତି ମିଳିଛି । କାରଣ  କେରଳର ଏର୍ଣ୍ଣାକୁଲମ୍‍ ସରକାରୀ ଭେଷଜ ମହାବିଦ୍ୟାଳୟର କ୍ୱାରେନ୍‍ଟାଇନ୍‍ ସୁବିଧା କେନ୍ଦ୍ରରେ ଭର୍ତ୍ତି ହୋଇଥିବା ୬ ଜଣଯାକ ରୋଗୀ ନିପା ଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇ ନ ଥିବା ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଜାତୀୟ ଭୂତାଣୁ ପରୀକ୍ଷା ପ୍ରତିଷ୍ଠାନରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କଲାପରେ ଏହା ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ୬ ଜଣିଆ ଟିମ୍‍କୁ କେରଳ ପଠାଯାଇଛି । ସନ୍ଦିଗ୍ଧ ରୋଗୀମାନଙ୍କୁ ଚିହ୍ନଟ କରି ପୃଥକ୍‍ ଭାବେ ତାଙ୍କୁ ଚିକିତ୍ସା
କରିବା ଦିଗରେ ଏହି ଦଳ ବ୍ୟବସ୍ଥା କରିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ କେରଳରେ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପକୁ ସମୀକ୍ଷା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି।

ଅନ୍ୟପକ୍ଷରେ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା କହିଛନ୍ତି ଆଉ ଜଣଙ୍କ ପରୀକ୍ଷା ରିପୋର୍ଟକୁ ପ୍ରତୀକ୍ଷା କରାଯାଇଛି । ଏର୍ଣ୍ଣକୁଲମ୍, ଇଡୁକି ଏବଂ ତ୍ରିଶୁର ଜିଲ୍ଳାରୁ ସଂକ୍ରମଣ ଆରମ୍ଭ ହୋଇଥିବା ଜଣାପଡିଛି । ବିଭିନ୍ନ ଜିଲ୍ଳାର ମୋଟ୍ ୩୧୪ଙ୍କୁ ନରୀକ୍ଷଣରେ ରଖାଯାଇଛି ବୋଲି ସେ କହିଛନ୍ତି ।

Comments are closed.