ନାଗରିକତା ଆଇନ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ କେରଳ ସରକାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ କେରଳ ସରକାର ରାଜ୍ୟ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିସାରଛନ୍ତି। ରାଜ୍ୟରେ ସିଏଏ ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ ହେବ ନାହିଁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସ୍ପଷ୍ଟ କରିଛନ୍ତି। ଏହା ପରେ ରାଜ୍ୟ ସରକାର ଏହି ଆଇନକୁ ଅସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଛନ୍ତି। ଏହି ଆଇନ ସମ୍ବିଧାନର ଅନୁଚ୍ଛେଦ ୧୪, ୨୧ ଏବଂ ୨୫ ସହିତ ଧର୍ମନିରପେକ୍ଷତାର ମୂଳ ସିଦ୍ଧାନ୍ତ ବିରୋଧୀ ବୋଲି ସରକାର ଦର୍ଶାଇଛନ୍ତି।

ସୁପ୍ରିମକୋର୍ଟ ସିଏଏ ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୨୨ ତାରିଖରେ କରିବେ। ଦେଶର ବିଭିନ୍ନ ହାଇକୋର୍ଟରେ ସିଏଏକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିଶନ ଦାଖଲ କରାଯାଇଛି। ଏସବୁ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରି ଏକାସାଙ୍ଗରେ ଶୁଣାଣି କରିବାକୁ କେନ୍ଦ୍ର ସରକାର ନିବେଦନ କରିଥିଲେ। ସୁପ୍ରିମକୋର୍ଟ ଆସନ୍ତା ୨୨ ତାରିଖରେ କେନ୍ଦ୍ର ସରକାରଙ୍କ ପିଟିଶନ ସମେତ ସିଏଏ ସମ୍ବନ୍ଧୀୟ ସମସ୍ତ ପିଟିଶନର ଶୁଣାଣି କରିବେ ବୋଲି କହିଛନ୍ତି।

Comments are closed.