ପର୍ଯ୍ୟଟକଙ୍କ ପ୍ରିୟ କେରଳ

କୋଭିଡ-୧୯ କାରଣରୁ ବର୍ତ୍ତମାନ ଭାରତକୁ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମ୍ ଅଛି। ଆମ ଦେଶର ପ୍ରମୁଖ ୫ଟି ପର୍ଯ୍ୟଟନସ୍ଥଳ ମଧ୍ୟରୁ କେରଳ ଅନ୍ୟତମ। ଦକ୍ଷିଣ ଭାରତୀୟ ଏଇ ରାଜ୍ୟଟି ବ୍ରିଟେନ୍, ଆମେରିକା ଲୋକେ ଭ୍ରମଣ କରିବାକୁ ଖୁବ୍ ପସନ୍ଦ କରନ୍ତି। କେରଳ ଲୋକଙ୍କ ବ୍ୟବହାର ତଥା ଆତିଥ୍ୟତାରେ ପର୍ଯ୍ୟଟକ ଅଧିକ ଆକୃଷ୍ଟ ହୁଅନ୍ତି।

ସ୍ଥାନୀୟ ଅଞ୍ଚଳର ବୋଟ୍ ହାଉସ୍, ସେଠାକାର ପାରମ୍ପରିକ ବ୍ୟଞ୍ଜନ ମଧ୍ୟ ଏହି ତାଲିକାରେ ରହିଛି। କେରଳୀ ପର୍ବ ଓନମ୍, ବିଶୁ, ଥିରୁଭଥିରା ଆଦି ସମୟରେ ସେଠା ହୋଟେଲ ଓ ବୋଟ୍ ହାଉସ୍‌ଗୁଡ଼ିକ ପର୍ଯ୍ୟଟକଙ୍କୁ ବିଶେଷ ରିଆତି ଦେବାରେ ଅବହେଳା କରନ୍ତିନାହିଁ। ସେଠାରେ ଥିବା ଗାଁଗଣ୍ଡାଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ପାଇଁ ମଧ୍ୟ ଭିଡ଼ ଜମେ। ଚଳିତ ବର୍ଷ କୋଭିଡ୍ କାରଣରୁ କେରଳ ପର୍ଯ୍ୟଟକଙ୍କ ଭିଡ଼ ନଥିବା ସହ ସେଠା ବ୍ୟବସାୟ ମଧ୍ୟ ଅନେକାଂଶରେ ପ୍ରଭାବିତ ହୋଇଛି।

Comments are closed.