କେରଳ ଫେରାଇଲା ଲକ୍ଷେ ରେମ୍‌ଡିସିଭିର

ତିରୁଅନନ୍ତପୁରମ୍‌: କେରଳ ସରକାରଙ୍କ ଉତ୍ତମ କରୋନା ନିୟନ୍ତ୍ରଣ ପରିଚାଳନାର ଆଉ ଏକ ଦୃଷ୍ଟାନ୍ତ ମିଳିଛି। ରାଜ୍ୟରେ ଟିକା ନଷ୍ଟ ପରିମାଣ ଶୂନ୍‌ ହୋଇଥିଲାବେଳେ ସରକାର ବଳକା ଥିବା ଏକ ଲକ୍ଷ ରେମ୍‌ଡିସିଭିର ଇଞ୍ଜେକ୍‌ସନକୁ କେନ୍ଦ୍ର ସରକାରଙ୍କୁ ଅନ୍ୟତ୍ର ବ୍ୟବହାର ପାଇଁ ଫେରାଇ ଦେଇଛନ୍ତି। ଦେଶରେ ରେମ୍‌ଡିସିଭିରର ଅଭାବ ତଥା କଳାବଜାରୀ ଚାଲିଥିବା ବେଳେ କେରଳ ସରକାରଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନାନୁଯାୟୀ, ରାଜ୍ୟରେ ଯଥେଷ୍ଟ ରେମ୍‌ଡିସିଭିର ମହଜୁଦ ଥିବାରୁ ଅଧିକ ଜମାଇ ରଖି ନଷ୍ଟ କରିବା ପରିବର୍ତ୍ତେ ଏହାକୁ ଫେରାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ନିର୍ଦେଶ ଦେଇଥିଲେ। ଘରୋଇ ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସରକାର ନୂଆ ଦର ଧାର୍ଯ୍ୟ କରିଛନ୍ତି।

Comments are closed.