ପୋଖରୀରେ ବୁଡ଼ି ୫ବର୍ଷର ଶିଶୁ ମୃତ

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଜଣେ ୫ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିଶୁର ନାମ ଗ୍ରାମର ସମ୍ଭୁ ମହାନ୍ତଙ୍କ ପୁଅ ଅନୁସ କୁମାର ମହାନ୍ତ। ସୂଚନା ମୁତାବକ, ଗୁରୁବାର ଅନୁସ ଗ୍ରାମ ପୋଖରୀରେ ଗାଧୋଇବା ବେଳେ ହଠାତ୍ ପୋଖରୀରେ ବୁଡିଯାଇଥିଲେ। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.