କୀଟନାଶକ ପ୍ରୟୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଖଣ୍ଟଘର ଗ୍ରାମରେ କୃଷି ବିଭାଗ ପକ୍ଷରୁ ସୋମବାର କୀଟନାଶକ ପ୍ରୟୋଗ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଖଣ୍ଟଘର ସରପଞ୍ଚ ଇଶ୍ବର ଚନ୍ଦ୍ର ନାଏକ ଶିବିରକୁ ଉଦଘାଟନ କରିଥିଲେ । ସମିତି ସଭ୍ୟା ଲତା ମଞ୍ଜୁରୀ ନାୟକ ଅତିଥି ଭାବେ ସାମିଲ ଥିବା ବେଳେ କୃଷକ ସାଥି ପୁରନ୍ଦର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଘଟଗାଁ ସହକାରୀ କୃଷି ଅଧିକାରୀ ଶୁଶାନ୍ତ କୁମାର ପଣ୍ଡା ଢେଙ୍କିକୋଟ କୃଷି ଅଧିକାରୀ ଚତୁର୍ଭୁଜ ଦେଓ ଉପସ୍ଥିତ ଚାଷୀ ମାନଙ୍କୁ କୀଟନାଶକର ସଠିକ ନିରାପଦ ବ୍ୟବହାର ଉପରେ ତାଲିମ ଓ ସୂଚନା ଦେଇଥିଲେ । ରାଜ୍ୟରେ ନୂଆଖାଇ ପାଳନ ପରେ ଜିଲ୍ଲାରେ ଧାନ ଥୋଡ ବାହାରିବା ପରେ କୀଟନାଶକ ପ୍ରୟୋଗ ସମ୍ପର୍କିତ ତାଲିମ କେବଳ କୃଷି ବିଭାଗର ଦୋଷ ଛଡାଇବା ପାଇଁ ଉଦ୍ଦିଷ୍ଟ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

Comments are closed.