କେନ୍ଦୁଝର ଜିଲ୍ଲା ପ୍ରଶାସନକୁୁ ମିଳିଲା ସମ୍ମାନଜନକ ‘ସ୍କଚ୍‌ ଗୋଲ୍ଡ ଆଓ୍ୱାର୍ଡ ୨୦୨୨’

କେନ୍ଦୁଝର- ଜିଲ୍ଲା ସ୍ତରରେ ଉଦ୍ୟାନ କୃଷି ସହ ବିଭିନ୍ନ ଯୋଜନାର ସଫଳ ପ୍ରଣୟନ ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ‘ସ୍କଚ୍‌ ଗୋଲ୍ଡ ଆଓ୍ୱାର୍ଡ ୨୦୨୨’ SKOCHGoldAward 2022 ‘ ମିଳିଛି । କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା ସହ ଉଦ୍ୟାନ କୃଷିର ବିଭିନ୍ନ ସଫଳତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

 

ଏହା ସହ ଓ୍ୱାଡି (WADI)ଯୋଜନା  ପାଇଁ ‘ସ୍କୋଚ ସିଲ୍‌ଭର୍‌ ସମ୍ମାନ ୨୦୨୨’ ପ୍ରଦାନ କରାଯାଇଛି । ଏହି ଯୋଜନାରେ ସ୍ଥାନୀୟ ଅଧିବାସୀମାନଙ୍କୁ ଉଦ୍ୟାନ କୃଷି ସହ ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ନୂତନ ଜଙ୍ଗଲ ସୃଷ୍ଟି  ସହ  ଜୀବିକା ନିର୍ବାହ ଆର୍ଥିକ ଅଗ୍ରଗତିର ପନ୍ଥା ମଧ୍ୟ ମିଳିଥାଏ । ଡିଏମ୍‌ଏଫ୍‌ ପକ୍ଷରୁ ଏହି ସବୁ ଯୋଜନାରେ ବିଭିନ୍ନ ସମୟରେ ଆର୍ଥିକ ଏବଂ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥାଏ ।

ବଡବିଲ୍‌ ପୌରାଞ୍ଚଳ ରେ ମାର୍ଶାଲ ଆର୍ଟ ଓ୍ୱୁଶୁ ପ୍ରଶିକ୍ଷଣ ପାଇଁ ଏକ ଉନ୍ନତ ଏକାଡେମୀ ପ୍ରତିଷ୍ଠା କରାଯାଇଛି । ଏଠାରେ ଓ୍ୱୁଶୁ ସହ କିକ୍‌ ବକ୍ସିଂ ପ୍ରଶିକ୍ଷଣ ଦିଆଯାଉଛି । ଯାହା ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ଆତ୍ମରକ୍ଷା ସହ ଦୃଢ ମନୋବଳ ତଥା ଜାତୀୟ ସ୍ତର ମାର୍ଶାଲ ଆର୍ଟ ପ୍ରତିଯୋଗୀ ପ୍ରସ୍ତୁତ କରିବାରେ ସହାୟକ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସା ସହ ସ୍କୋଚ ସମ୍ମାନ ପକ୍ଷରୁ ସମ୍ମାନିତ କରାଯାଇଛି।

କେନ୍ଦୁଝର ଜିଲ୍ଲା ପ୍ରଶାସନ ହ୍ୟାଣ୍ଡବଲ୍‌ ଗ୍ରାଉଣ୍ଡର ଉନ୍ନତି କରଣ ପାଇଁ ‘ସ୍କଚ ଅର୍ଡର ଅଫ୍‌ ମେରିଟ୍‌’ରେ ସେମିଫାଇନାଲିଷ୍ଟ ହୋଇଛି । ଏହାସହ ଜିଲ୍ଲା ପ୍ରଶାସନ ଅକ୍ଷୟ ଶକ୍ତି ତଥା ଗ୍ରୀନ ଏନର୍ଜିକୁ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଖଣି ଅଞ୍ଚଳ ଏବଂ ଗ୍ରାମମାନଙ୍କର ସୌରାଲୋକ ବା ସୋଲାର ଲାଇଟ୍‌ର ବ୍ୟବସ୍ଥା କରିଛି ।  ଜିଲ୍ଲାର ଶୈକ୍ଷିକ, ଆର୍ଥିକ ତଥା ସାମାଜିକ ଉନ୍ନତି ପାଇଁ ଡିଏମ୍‌ଏଫ୍‌ ସହାୟତାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିପାରିଛି ।

Comments are closed.