ବିଦ୍ୟୁତ ଆଘାତରେ ଛାତ୍ର ମୃତ୍ୟୁ, ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି

ବଲାଣି: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ଟାଉନସିପ୍ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ଆଘାତରେ ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ବଲାଣି ଏମ ଇ ହାଟିଙ୍ଗ ର ୧୩ ବର୍ଷୀୟ ଲକ୍ଷ୍ମଣ ପାତ୍ର, ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ନେସ୍କୋ କମ୍ପାନୀର ଅବହେଳା ବିରୋଧରେ ଏବଂ ଏକ ଟାୟାର ଦୋକାନ ବିରୋଧରେ ରାସ୍ତା ଅବରୋଧ କରିଥିଲେ।

ସୂଚନା ଅନୁସାରେ ବଲାଣି ଏମ ଇ ହାଟିଙ୍ଗ ନିକଟସ୍ଥ ମୁଖ୍ୟ ରାସ୍ତା ନିକଟରେ ଯାଇଥିବା ୧୧ କେ ଭି ବିଦ୍ୟୁତ ତାର ତଳେ ଥିବା ଘର ଗୁଡିକର ଉପଭୋକ୍ତା ଗତ ୨୦୧୪ ରୁ ଉକ୍ତ ବିଦ୍ୟୁତ ତାରକୁ ଅପସାରଣ କରିବାକୁ ନେସ୍କୋ ନିକଟରେ ଦରଖାସ୍ତ କରିବା ସହିତ ବାରମ୍ବାର ଅନୁରୋଧ କରି ଆସୁଥିଲେ ସୁଦ୍ଧା ଏହି ତାରକୁ ଅପସାରଣ କରିନଥିଲା ନେସ୍କୋ । ଏହା ବ୍ୟତୀତ ସେଠାରେ ଥିବା ଏକ ଟାୟାର ଦୋକାନର ମାଲିକ ଉକ୍ତ ନାବାଳକକୁ ଶିଶୁ ଶ୍ରମିକ ଭାବରେ ନିଜ ଦୋକାନରେ କାର୍ୟ୍ୟ କରାଇବାକୁ ଯାଇ ଛାତ କୁ ଉଠାଇ କାର୍ୟ୍ୟ କରାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହାକୁ ବିରୋଧ କରି ସ୍ଥାନୀୟ ଲୋକ ବଲାଣି ମୁଖ୍ୟ ରାସ୍ତାକୁ ୫ ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ବଡ଼ବିଲ ଏସ.ଡି.ପି.ଓ ସତ୍ୟବିକାଶ ଭୂୟାଁ  ଘଟଣାସ୍ଥଳରେ ପହଞ୍ଚିବା ସହ ବୁଝା ସୁଝା ପରେ ବଲାଣି ଥାନାରେ ନେସ୍କୋ ଅଧିକାରୀଙ୍କ ସହିତ ଏକ ଆଲୋଚନା ସ୍ଥାନୀୟ ଲୋକଙ୍କ ସହିତ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମୃତକଙ୍କ ପରିବାର ମଧ୍ୟରୁ ଜଣକୁ ନିଯୁକ୍ତି ସହିତ ପ୍ରଶାସନ ପକ୍ଷରୁ ରେଡ଼କ୍ରସ ଓ ହାରିଶ୍ଚନ୍ଦ୍ର ଯୋଜନାରେ କ୍ଷତିପୁରଣ ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେବାପରେ ଲୋକେ ମୃତଦେହ ଉଠାଇଥିଲେ ଥିଲେ ।

Comments are closed.