MEllora 950×100

ଗୋଚାଲାଣକାରୀ ଓ ଏସ୍‍ଟିଏଫ୍‍ ମଧ୍ୟରେ ଗୁଳି ବିନିମୟ

ଗୋରୁ ବୋଝେଇ ୨ଟ୍ରକ୍‌ ଜବତ ଓ ୩ଟ୍ରକ ଫେରାର,୨ଜଣ ଗିରଫ

କେନ୍ଦୁଝରଗଡ: ବେଆଇନ ଗୋ’ ସମ୍ପଦ ଚାଲାଣକାରୀ ଓ ଏସଟିଏଫ୍‍ କର୍ମଚାରୀଙ୍କ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ମିରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ୫ଟି କଣ୍ଟେନର ଯୋଗେ ବେଆଇନ ଭାବେ ଗୋ’ ସମ୍ପଦ ବୋଝେଇ ହୋଇ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ଖବରପାଇ ଏସଟିଏଫର ଜଣେ ଡିଏସ୍‍ପି ଓ ୩ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ ୧୫ଜଣିଆ ଏକ ଟିମ୍‍ ଉକ୍ତ ବେଆଇନ ଗୋସମ୍ପଦ ବୋଝେଇ କଣ୍ଟେନରକୁ ସମ୍ବଲପୁରରୁ ପିଛା କରି ଆସୁଥିଲେ । ରାତି ପ୍ରାୟ ୨ଟା ୩୦ମି ସମୟରେ ବେଆଇନ ଗୋ’ ସମ୍ପଦ ଚାଲାଣକାରୀ ଦଳର ସଦସ୍ୟ ମାନେ କେନ୍ଦୁଝର ସଦର ଥାନା ଅଧିନ ୪୯ନଂ ଜାତୀୟ ରାଜପଥ ଜୁଡିଆ ଘାଟି ନିକଟରେ ପିଛା କରୁଥିବା ଏସ୍‍ଟିଏଫ୍‍ ଟିମ୍‍ ଉପରକୁ ୧୦ରାଉଣ୍ଡ ଗୁଳି କରିଥିବା ବେଳେ ଏସ୍‍ଟିଏଫ୍‍ ସଦସ୍ୟଙ୍କ ପକ୍ଷରୁ ପାଲଟା ୨/୩ ରାଉଣ୍ଡ ଗୁଳି ବିନିମୟ ହୋଇଥିଲେ ହେଁ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି ।

ଏ ସମ୍ପର୍କରେ ଏସଟିଏଫ୍‍ ପ୍ରତିନିଧି ଦଳ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁ ନଥିବା ବେଳେ ସଦର ଥାନା ପୁଲିସ ୨ଟି ଗୋ’ ସମ୍ପଦ ବୋଝେଇ କଣ୍ଟେନର ଜବତ କରିବା ସହ ପଶ୍ଚିମବଙ୍ଗ ରାଜ୍ୟର ହାୱଡା ଅଞ୍ଚଳର ସେକ୍‍ ରଜାବୁଲ ଓ ହଳଦିଆ ଅଞ୍ଚଳର ସେକ୍‍ ରସିଦ ନାମକ ୨ଜଣ ଡ୍ରାଇଭରକୁ ପୁଲିସ ଅଟକ ରଖି ଅଧିକ ପଚରାଉଚୁରା ଜାରି ରଖିଛି । ଏହି ଘଟଣାରେ ସମ୍ପୃକ୍ତ ୩ଟି ଗୋସମ୍ପଦ ବୋଝଇ ଟ୍ରକ ୪୯ନଂ ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଅଧିନ ଖିରେଇଟାଙ୍ଗିରେ ଠାରେ ଥିବା ଟୋଲ ପ୍ଲାଜାକୁ ଧକ୍କା ଦେଇ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଏହି ଫେରାର ୩ କଣ୍ଟେନରକୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଗୋ’ ସମ୍ପଦ ବୋଝେଇ ୨ କଣ୍ଟେନରକୁ ବଡବିଲସ୍ଥିତ ଗୋଶାଳାକୁ ପଠାଇ ଦିଆଯାଇଛି । କେନ୍ଦୁଝର ଦେଇ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟକୁ ପ୍ରତିଦିନ ବେଆଇନ ଗୋ’ ସମ୍ପଦ ବୋଝେଇ ଯାନ ଚଳାଚଳ କରୁଥିଲେ ହେଁ ଏହାରି ଉପେ ଚଢ଼ଉ କରାନଯିବା ନେଇ ବୁଦ୍ଧିଜିବୀ ମହଲରେ ଘୋର  ଉଦ୍‍ବୋଗ ପ୍ରକାଶ ପାଇଛି । ମଙ୍ଗଳବାର ରାତିର ଗୁଳି ବିନିମୟ ଘଟଣା ପରେ ପୁଲିସ କିଭଳି ପଦକ୍ଷେପ ଗ୍ରହଣ କରୁଛି ତାହାରି ଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.