ଲଗାଣ ବର୍ଷାରେ ଭାଙ୍ଗିଲା ଘର

ପାଟଣା – ପାଞ୍ଚ ଦିନ ଲଗାଣ ବର୍ଷା ଗରିବ ଗୁରୁବା ପରିବାରଙ୍କ ପାଇଁ ଏବେ ଚିନ୍ତାର କାରଣ ହୋଇଛି ।ଲଗାଣ ବର୍ଷା କାରଣରୁ ପାଟଣା ବ୍ଲକ ଅଞ୍ଚଳରେ ଏକାଧିକ କଚ୍ଚା ଘର ଭାଙ୍ଗିଲାଣି । ଗତକାଲି ଏହି ବ୍ଲକ୍ ଚେମଣା ପଞ୍ଚାୟତ ଭୁଙ୍ଗରାଜପଶି ଗ୍ରାମର ରିନା ମୁଣ୍ଡାଙ୍କର ଖପର ମିଶା ଟାଇଲି ଛପର ଘରର ମାଟି କାନ୍ଥଟି ଭୁଷୁଡି ପଡିଛି । ଘରେ ସେ ଥିଲେ ମଧ୍ଯ ସୌଭାଗକୁ ରକ୍ଷା ପାଇଯାଇଛନ୍ତି । ଏ ନେଇ ରାଜସ୍ବ ବିଭାକୁ ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.