ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ପାଟଣା – ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟଣା ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତ ବୃଦ୍ଧ ଜଣକ ପାଟଣା ଥାନା ରଥପଡା ଗ୍ରାମର ଦୁଃଶାସନ ମହାନ୍ତ (୬୪) ବୋଲି ଜଣାପଡିଛି। ସେ ଆଜି ମଧ୍ୟାହ୍ନରେ ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା ।

 

ପରିବାର ଲୋକେ ପାଟଣା ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ପାଟଣା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଛନ୍ତି । ପାଟଣା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ପାଟଣା ରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇଛି।

Comments are closed.