ଟଭାସରୁଆ ଓ ଖଜୁରିଡିହା ରେ ହାତୀ ପଲ – ୩ ଘର ଭାଙ୍ଗିଲେ

ପାଟଣା -କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ରେ ୨୨ ଟିକିଆ ହାତୀପଲ ଙ୍କ ଉପଦ୍ରବ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ଏହି ହାତୀପଲ ଆଖପାଖ ଅଞ୍ଚଳରେ ଧାନବିଲ, ବୋଇତାଳୁ ଚାଷକୁ ମାଡିଦଳି ନଷ୍ଟ କରିବା ସହିତ ଆଜି ଭୋରରୁ ଟଭାସରୁଆ ଗ୍ରାମର ଦୁଖବନ୍ଧୁ ନାଏକ ଙ୍କ ଘରର କାନ୍ଥ ଭାଙ୍ଗି ଦେଇଛନ୍ତି।

ସେହିପରି ଖଜୁରିଡିହା ଗ୍ରାମର ମୁଣ୍ଡା ସାହିରେ ଦୁଇଟି ଘର ଭାଙ୍ଗି ଦେଇଛନ୍ତି। ଅଞ୍ଚଳରେ ଏବେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବ୍ୟାପକ ପରିମାଣରେ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରିଥିବା ଜଣାପଡିଛି। ଏବେ ଏହି ହାତୀପଲ ହାତୀପଲ ଦ୍ରୋପଦୀ ହୁଡି ନିକଟରେ ଡେରା ପକାଇ ଥିବା ଦେଖାଯାଇଛି। ଏଣୁ ତୁରନ୍ତ ବନବିଭାଗ କ୍ଷୟକ୍ଷତି ଆକଳନ କରି ଲୋକମାନଙ୍କୁ ସରକାରୀ ସହାୟତା ଦେବା ସହ ହାତୀପଲ କୁ ଅଞ୍ଚଳ ରୁ ଘୋଉଡାଇବାକୁ ସାଧାରଣ ରେ ଦାବି ହୋଇଛି ।

Comments are closed.