କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ ଧକ୍କା ଦେଲା ଟ୍ରକ ; ଲୋକେ ବୋହିନେଲେ କୁକୁଡ଼ା

ପାଟଣା : କେନ୍ଦୁଝର ଜିଲା ପାଟଣାର ୪ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଳବେଡ଼ାରେ ପିକଅପ ଭ୍ୟାନଟିକୁ ଶୁକ୍ରବାର ସକାଳେ ଏକ ୧୨ ଚକିଆ ଟ୍ରକ ପଛପଟୁ ଧକ୍କା ଦେଇଛି। ଫଳରେ ପିକଅପ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। କୁକୁଡ଼ା ବୋଝେଇ ପିକଅପ ଭ୍ୟାନଟିରେ କୁକୁଡ଼ା ଥିବାରୁ ଦୁର୍ଘଟଣା ପରେ ଲୋକେ ସେଥିରୁ କୁକୁଡ଼ା ବୋହି ନେଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ରାସ୍ତା କଡ଼ରେ ଉକ୍ତ ପିକଅପ ଭ୍ୟାନଟି ଛିଡ଼ା ହୋଇଥିଲା ଓ ଘନ କୁହୁଡ଼ି କାରଣରୁ ଟ୍ରକଟି ଭ୍ୟାନକୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

Comments are closed.