ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଆସି ପୁଅକୁ ହରାଇଲେ ମା’

କେନ୍ଦୁଝର: ଘଟ ଗାଁ ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଆସି ପୁଅକୁ ହରାଇଛନ୍ତି ମା’। ଘଟ ଗାଁ ଠାରୁ ଅଳ୍ପ ଦୂରରେ ଏକ ପୋଖରୀରେ ବୁଡ଼ି ୧୪ ବର୍ଷର ବାଳକର ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଇବାବେଳେ ନାବାଳକ ପୁଅଟି ପାଣିରେ ବୁଡ଼ି ଯାଇଥିଲା।
କୋରାପୁଟ ବିସିଂପୁର ଥାନା କମତାପୁର ଗାଁରୁ ତାରିଣୀ ଦର୍ଶନ ପାଇଁ ଘଟ ଗାଁ ଆସିଥିଲେ। ସପରିବାର ଆସି ଗାଧୋଇବା ପାଇଁ ଘଟ ଗାଁ ନିକଟ ପୋଖରୀରେ ଅଟକି ଥିଲେ। ପୋଖରୀରେ ଗାଧୋଉଥିବାବେଳେ ପୁଅଟି ପାଣିରେ ବୁଡ଼ି ଯାଇଥିଲା।

Comments are closed.