ଲୁଟ୍‍ ପାଇଁ ଅଭିନବ ଉପାୟ ; ସଫା କରିବା ନାଁରେ ସୁନା ଲୁଟିଲେ ଦୁର୍ବୃତ୍ତ

କେନ୍ଦୁଝର : ଅଭିନବ ଉପାୟରେ ସୁନା ଲୁଟ୍‍ । ସୁନା ସଫା କରିବା ନାଁରେ ଦୁର୍ବୃତ୍ତମାନେ ୪ ଭରି ସୁନା ଅଳଙ୍କାର ଲୁଟ୍‍ କରିଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ଘଷିପୁରା ଥାନା ଅର୍ନ୍ତଗତ ସଇଲଙ୍ଗ ଗାଁରେ । ଦୁର୍ବୃତ୍ତମାନେ ଗାଁରେ ଅଳଙ୍କାର ସଫା ନାଁରେ ପ୍ରାୟ ୪ ଭରି ସୁନା ଲୁଟି ଫେରାର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି । ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.