ସୀମା ଟପିଲା ବର୍ବରତା : ସ୍ତ୍ରୀକୁ ପିଟିପିଟି ମାରି ଦେଲା ମଦ୍ୟପ ସ୍ୱାମୀ

କେନ୍ଦୁଝର: ସୀମା ଟପିଲା ବର୍ବରତା । ସ୍ତ୍ରୀକୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ମଦ୍ୟମ ସ୍ୱାମୀ । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଟାଉନ୍ ଥାନା ସାନ୍ତରାପୁର ଗାଁରେ । ସୂଚନା ଅନୁସାରେ ପାରିବାରିକ ସମସ୍ୟାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ । ହେଲେ ଗତକାଲି ରାତିରେ ସ୍ୱାମୀ ମଦ ପଇକି ଘରକୁ ଫେରିଥିଲେ । ଏହାପରେ ସ୍ତ୍ରୀ ତାଙ୍କୁ ଗାଳି କରିବା ସହ କଣ ପାଇଁ ସବୁବେ​‌ଳେ ମଦ ପିଉଛ ବୋଲି କହିଥିଲେ । ଏହାପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ମଦୁଆ ସ୍ୱାମୀ ଏକ କାଠ ଫାଳିଆରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଇଥିଲେ । ଗ୍ରାମବସୀ ଏ ନେଇ ଟାଉନ୍ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Comments are closed.