କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ୬ ଶିଶୁଙ୍କର ମୃତ୍ୟୁ; କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ

କେନ୍ଦୁଝରସଦର: କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣ ଶିଶୁଙ୍କର ମୃତ୍ୟୁ ହେବାପରେ ଉତ୍ତେଜନା ପ୍ରକାଶ ପାଇଛି। ଯୋଡ଼ା ଅଂଚଳର ପ୍ରିୟଙ୍କା ମୁଦୁଲି, ଦୀପେଶ ନାୟକ, କାମ ଦେହୁରୀ, ବିଭୀଷଣ ରାଉତ ଏବଂ ମିଥୁନ ନାୟକଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କ ଶିଶୁଙ୍କ ସମେତ ମୋଟ ଛଅ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲିଠାରୁ ଶିଶୁଙ୍କୁ ଅକ୍ସିଜେନ ଦେବାକୁ ବାପା-ମାଆ ମାନେ ସମସ୍ତଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ। ଫଳରେ ସେମାନଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଏବେ କେନ୍ଦୁଝରରେ ଆଲୋଡ଼ନ ସୃଷ୍ଟି କରିଛି। ଏବେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉପଜିଲାପାଳ, ଅତିରିକ୍ତ ଏସପି ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି। ଏଣେ କେନ୍ଦୁଝର ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଏଠାରେ ମାତ୍ର ୪ ଶିଶୁଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣଙ୍କ ପ୍ରାଣହାନୀ ସଂପର୍କରେ କୌଣସି ଖବର ନାହିଁ।

Comments are closed.