ଖୁଞ୍ଚିବେଡ଼ାରେ ୩ ଘର ଭାଙ୍ଗିଲେ ହାତୀ ପଲ

ପାଟଣା – କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ରେ ୨୨ ଟିକିଆ ବଣୁଆ ହାତୀପଲ ଙ୍କ ଉପଦ୍ରବ ଜାରି ରହିଛି। ବୁଧବାର ରାତିରେ ଖୁଞ୍ଚିବେଡ଼ା ଗ୍ରାମର ଦୁଃଖିଆ ନାଏକ ,ସୁନେଇ ନାଏକ,ଓ ଦୁଲାଲ ମହାରଣା ଙ୍କ ଘର ହାତୀ ପଲ ଭାଙ୍ଗି ଦେଇଛନ୍ତି। ହାତୀ ପଲ ଆଜି ସନ୍ଧ୍ୟାରେ ଜଗନ୍ନାଥପୁର କାଜୁ ବଗିଚା ହୋଇ ତେଣ୍ଡରା ରେ ଡେରା ପକାଇଛନ୍ତି। ଘରଭାଙ୍ଗିଥିବା ଲୋକ ଙ୍କ ନିକଟରେ ଗୁରୁବାର ସାହାରପଡା ବ୍ଲକ ଅଧ୍ୟକ୍ଷା ରୀନା ନାଏକ,ଜିଲାପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼ , ବନାଞ୍ଚଳ ଅଧିକାରୀ ଘାସିନାଥ ପାତ୍ର ପ୍ରମୁଖ ପହଞ୍ଚି କ୍ଷୟ କ୍ଷତି ର ଆକଳନ କରିଛନ୍ତି। ଏହି ହାତୀ ପଲ ଙ୍କ ଉପରେ ବନ ବିଭାଗ ନଜର ରଖିଛି।

Comments are closed.