MEllora 950×100

ପଞ୍ଚାୟତ ରୁ ପାଣି ପମ୍ପ ମୋଟର ଚୋରି ଘଟଣା ରେ ୨ ଗିରଫ

ପାଟଣା-ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ର ସିଦ୍ଧେଶ୍ୱର ବସ୍ତ୍ରାଳୟ ରୁ ନଗଦ ୬ ହଜାର ଟଙ୍କା ଓ ୨୫ ହଳ ସାର୍ଟ ପ୍ୟାଣ୍ଟ ଚୋରି ସହ ଏରେଣ୍ଡେଇ ପଞ୍ଚାୟତ କାର୍ଯ୍ୟାଳୟ ରୁ ଦୁଇଟି ପାଣି ପମ୍ପ ମୋଟର ଚୋରି ହୋଇଥିଲା।

ଗତ ୨୨ ତାରିଖ ଏହି ଘଟଣା ଘଟିଥିଲା ,ପାଟଣା ପୁଲିସ ଅଭିଯୋଗ ପାଇବା ପରେ ୧୮୨/୨୨ ମୂଳେ ଏକ ଚୋରି ମାମଲା ରୁଜ୍ଜୁ କରି ତଦନ୍ତ କରିଥିବା ବେଳେ ଆଜି ଏହି ଘଟଣା ରେ ଦୁଇଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଦୁଇଟି ଯାକ ପାଣି ପମ୍ପ ମୋଟର ଜବଦ କରିବା ସହ କିଛି ସାର୍ଟ ପ୍ୟାଣ୍ଟ ମଧ୍ୟ ଜବଦ କରାଯାଇଛି।ଗିରଫ ଦ୍ବୟ ସରାସକୋଲା ଗ୍ରାମର ଶ୍ରୀକାନ୍ତ ଟାଙ୍ଗରିଆ ଓ ସୁବର୍ଣ୍ଣ ନାଏକ ବୋଲି ଜଣାପଡିଛି।

Comments are closed.