ଘର ଉପରକୁ ମାଡ଼ିଗଲା ଟ୍ରକ, ୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଷଠୀଘର ସାହିରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଏନଏଚ-୨୦ ରାସ୍ତା କଡ଼ରେ ଥିବା ଏକ ଘର ଉପରକୁ ଟ୍ରକ ମାଡିଯାଇଛି। ଫଳରେ ଘରେ ଥିବା ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଏକ ଦୃତଗାମୀ ଟ୍ରକ ବିଳିମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥ ରାସ୍ତାକଡ଼ରେ ଥିବା ଏକ ଘର ଉପରେ ଚଢିଯାଇଥିଲା। ଏହି ଦୁର୍ଘଟଣାରେ ଘରେ ଶୋଇଥିବା ବାପା , ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସ୍ଥଳରୁ ଗୁରୁତର ୩ଜଣଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.