ଜଳିଗଲା ୭ବଖରା ଘର

କେନ୍ଦ୍ରାପଡା : କେନ୍ଦ୍ରାପଡା ସହରର ଚାରପାଟଣା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗିକାଣ୍ଡ ଘଟିଛି। ସୂଚନା ଅନୁସାରେ ଅଶୋକ ଜେନା ଏବଂ ତାଙ୍କ ସାନ ଭାଇଙ୍କ ଘର ବିଦ୍ୟୁତ ତାର ସଟସର୍କିଟ ଯୋଗୁଁ ୭ବଖରା ଘର ପୋଡିଯାଇଛି। ଅଗିକାଣ୍ଡକୁ ଲିଭାଇବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପବନର ବେଗ ଅଧିକ ଥିବାରୁ ନିଆଁ ଜଳିବାରେ ଆହୁରି ସହାୟକ ହୋଇଥିଲା। ଘରେ ଥିବା ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି।