MEllora 950×100

ସମିତି ସଭ୍ୟାଙ୍କ ମୃତଦେହ ଉଦ୍ଧାର ; କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା : ନିଜ ଘରୁ ଉଦ୍ଧାର ହେଲା ସମିତି ସଭ୍ୟାଙ୍କ ଝୁଲନ୍ତା ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଦୁମୁକା ପଞ୍ଚାୟତରେ ଘଟିଛି। ମୃତ ସମିତି ସଭ୍ୟାଙ୍କ ନାମ ଗୀତା ପ୍ରଧାନ ବୋଲି ଜଣାପଡିଛି। ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟତା ମିଳିପାରି ନାହିଁ। ମାତ୍ର ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି।
ସୂଚନା ଯୋଗ୍ୟ, ଗତକାଲି ଗୀତା ନିଜ ଶୟନ କକ୍ଷରେ ଶୋଇଥିଲେ। ସକାଳେ ଅନେକ ସମୟ ଯାଏଁ ଗୀତା କବାଟ ଖୋଲିନଥିଲେ। ଫଳରେ କବାଟ ଭାଙ୍ଗିବା ପରେ ଗୀତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖାଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

 

Comments are closed.