ଆଶାମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ପ୍ରାଥମିକ ଚିକିତ୍ସାଳୟ ପରିସରରେ ଆଶାକର୍ମୀମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଗୁରୁଡ଼ିଝାଟିଆ, ବାଳି, ଛଅଗାଁ, ଗୋବରା ଓ ରାଧାକିଶୋରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ୩୦ଜଣ ଆଶାକର୍ମୀ ଓ ୨ଜଣ ଆଶାସାଥିଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ଉଦଘାଟନ କରି ଆଶାମାନେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ସେମାନଙ୍କ ସେବାଭାବ ଜନସାଧାରଣଙ୍କ ପାଇଁ ଆଶା ଓ ଭରସା ବୋଲି କହିଥିଲେ। ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ରମେଶ ସିଂ ଆଶାମାନଙ୍କ ଉତ୍ସର୍ଗୀକୃତ ସେବା ସଂପର୍କରେ ଆଲୋକପାତ କରିଥିଲେ। ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସମାସ୍ୟାକୁ ସମାଧାନ କରିବା ସହ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆଦି କାର୍ଯ୍ୟ ଉପରେ ଆୟୁଷ ଚିକିତ୍ସିକା ଡାକ୍ତର ଯଶିସ୍ୱୀନି ପଣ୍ଡା, ସିଏଚଓ ବିକାଶ ସାହୁ, ଆଲୋକପାତ କରିବା ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଅନ୍ତର୍ଗତ ଯନ୍ତ୍ରଣା ଉପଷମ ପାଇଁ ଯତ୍ନନେବା, ବାର୍ଦ୍ଧକ୍ୟଯତ୍ନ, ମାନସିକ ସ୍ୱାସ୍ଥ୍ୟ, ଚକ୍ଷୁ, କର୍ଣ୍ଣ, ନାସା, ଗଳା ଓ ଆପତକାଳୀନ ଚିକିତ୍ସା ସଂପର୍କରେ ସଚେନତା ଓ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Comments are closed.