ଯୁକ୍ତ ଦୁଇ ଧନ୍ଦାମୂଳକ ପରୀକ୍ଷା ଟପ୍ପର ମୈତ୍ରୀ ରାଉତଙ୍କକୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା: ଯୁକ୍ତ ଦୁଇ (+୨ ) ଧନ୍ଦାମୂଳକ (ଭୋକେସନାଲ) ପରୀକ୍ଷାରେ ସମଗ୍ର ରାଜ୍ୟରେ ସର୍ବାଧିକ ନମ୍ବର ରଖି କେନ୍ଦ୍ରାପଡା ଜୁନିୟର ଭୋକେସନାଲ କଲେଜ ଛାତ୍ରୀ ମୈତ୍ରୀ ରାଉତ ସମଗ୍ର ଓଡିଶାରେ ସବୁଠୁ ଅଧିକ ନମ୍ବର ରଖି ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି। ନିକିରାଇ ମଠସାହି ଗ୍ରାମର ଝିଅ ମୈତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉଚ୍ଚଶିକ୍ଷା ଗ୍ରହଣ ସମ୍ପର୍କରେ ପିତାମାତା ଓ ଜେଜେମାଙ୍କ ସହ ଆଲୋଚନା କରାଯାଇଥିଲା। ଏହା ସହିତ ଓଡ଼ିଆ ଜାତିର ସ୍ୱାଭିମାନ ର ପ୍ରତୀକ କୋଣାର୍କ ଚକ୍ରର ପ୍ରତିଛବି ଏବଂ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଶାନ୍ତନୁ କୁମାର ରଥ ଓ ଡକ୍ଟର ଗୌରହରି ଦାସ ଙ୍କର ଦୁଇଟି ପୁସ୍ତକ ଯଥା କ୍ରମେ ‘ଅନୁଚିନ୍ତା’ ଓ ‘ବିଦେଶ ଓ ଅନ୍ୟାନ୍ୟ ଗଳ୍ପ’ ଉପହାର ଦିଆଯାଇଥିଲା। ଆଗାମୀ ଦିନରେ ଭଲ ମଣିଷ ହୋଇ ଦେଶ, ରାଜ୍ୟ ତଥା କେନ୍ଦ୍ରାପଡା ଜିଲ୍ଲାର ସେବା କରିବା ପାଇଁ ପରାମର୍ଶ ଦେଇବା ସହ ପ୍ରଭୁ ବଳଦେବଜୀଉ ମୈତ୍ରୀଙ୍କୁ ଆର୍ଶୀବାଦ କରନ୍ତୁ ବୋଲି ବିଜେଡ଼ି ନେତା ତେଜେଶ୍ୱର ପରିଡା କହିଛନ୍ତି।

Comments are closed.