ଶଶୁର ଘର ଆଗରେ ଜ୍ବାଇଁର ଧାରଣା, ମୋ ସ୍ତ୍ରୀକୁ ମୋତେ ଫେରାଇ ଦିଅ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ବାରୋ ଗ୍ରାମର ଜଣେ ଯୁବକ ପ୍ରେମିକାର ଘର ଆଗରେ ଧାରଣ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ମୋ ସ୍ତ୍ରୀକୁ ମୋତେ ଫେରାଇ ଦିଅ। ଏହି ଘଟଣା ସମଗ୍ର ଜିଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।  ଜଣେ ଯୁବକ ଯୁବତୀଙ୍କ ଘର ଆଗରେ ଧାରଣା ଦେବା ବିରଳ ଘଟଣା ବୋଲି କୁହାଯାଉଛି। ଯୁବକ ଜଣକଙ୍କ ନାମ ଅସିତ ଦାସ ଓ ତାଙ୍କ ଘର ମଧ୍ୟ ସେହି ଗ୍ରାମରେ। ସେ କହିଛନ୍ତି ସେ ସଂପୃକ୍ତ ଯୁବତୀଙ୍କୁ ପ୍ରେମ କରୁଥିଲେ। ୨୦୧୯ରେ ତାଙ୍କୁ କୋର୍ଟ ମ୍ୟାରେଜ କରିଥିଲେ। ତେଣୁ ଆଇନ୍‍ ଅନୁଯାୟୀ ସେ ତାଙ୍କ ପତ୍ନୀ। ହେଲେ ତାଙ୍କ ପତ୍ନୀଙ୍କ ବାହାଘର ପରିବାର ଲୋକେ ଅନ୍ୟତ୍ର କରି ଦେଉଛନ୍ତି ଜାଣିପାରି ସେ ଧାରଣା ଦେଇଛନ୍ତି। ଏ ସମ୍ପର୍କରେ ଯୁବତୀଙ୍କ ପରିବାର କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

Comments are closed.