ଅଭିନବ ପ୍ରତିବାଦ ; ଜନଶୁଣାଣି ଶିବିରରେ ଷଣ୍ଢ ଛାଡ଼ିଲେ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଚାଲିଥିଲାବେଳେ ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ। ଜନଶୁଣାଣି ଚାଲିଥିବା ସମୟରେ ଶତାଧିକ ଷଣ୍ଢଙ୍କୁ ଘଉଡାଇ ବ୍ଲକ ଅଫିସରେ ଛାଡିଥିଲେ ।

ସୂଚନା ଅନୁଯାୟୀ, ରାଜନଗରରେ ଷଣ୍ଢ ଉପଦ୍ରବ ବଢିବାରେ ଲାଗିଛି। ଷଣ୍ଢମାନେ ବ୍ୟାପକ କ୍ଷୟକ୍ଷତି କରୁଥିବାନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମବାସୀମାନେ ଏପରି କରିଥିବା ଜଣାପଡ଼ିଛି ।

Comments are closed.