ପୂଜ୍ୟ ପ୍ରଣାମ; ଆଜି ପଦ୍ମବିଭୂଷଣ କେଳୁଚରଣ ମହାପାତ୍ରଙ୍କ ଜୟନ୍ତୀ

ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର ଅଦ୍ୱିତୀୟ ଓଡ଼ିଶୀ ନୃତ୍ୟଗୁରୁ। ସାରା ବିଶ୍ୱରେ ଓଡ଼ିଶୀକୁ ପ୍ରଚାର ପ୍ରସାର କରି ତାହାର ମହନୀୟତାକୁ ପ୍ରତିପାଦିତ କରିବାରେ ତାଙ୍କ ଅବଦାନର ତୁଳନା ନାହିଁ। ପୁରୀ ଜିଲା ରଘୁରାଜପୁର ଗ୍ରାମରେ ୮ ଅଗଷ୍ଟ ୧୯୨୬ରେ କେଳୁଚରଣଙ୍କ ଜନ୍ମ। ନୃତ୍ୟ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ କେଳୁଚରଣ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସ ଦଳରେ କିଛି ଦିନ କାମ କରିବା ପରେ କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇଥିଲେ। ଅନ୍ନପୂର୍ଣ୍ଣା ଥିଏଟରରେ ମଧ୍ୟ କାମ କରିଥିଲେ। ସେଠାରେ ନୃତ୍ୟଗୁରୁ ପଙ୍କଜ ଚରଣ ଦାସଙ୍କ ନିର୍ଦେଶନାରେ ନଟରାଜ ନୃତ୍ୟର ସଫଳତା ପ୍ରଦର୍ଶନ କରାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେ କଟକ କଳାବିକାଶ କେନ୍ଦ୍ରର ନୃତ୍ୟ ଗୁରୁ ଥିଲେ। ପରେ ନିଜେ ଓଡ଼ିଶୀ ଶିକ୍ଷାକେନ୍ଦ୍ର ପ୍ରତିଷ୍ଠା କରି ଓଡ଼ିଶୀ ନୃତ୍ୟର ପ୍ରଖ୍ୟାତ ନୃତ୍ୟଙ୍ଗନା ସଂଯୁକ୍ତା ପାଣିଗ୍ରାହୀ ଓ ପ୍ରିୟମ୍ବଦା ମହାନ୍ତି ହେଜମାଦି ମିଶି ଓଡ଼ିଶୀ ନୃତ୍ୟକୁ ସଫଳତାର ବିଶ୍ୱବ୍ୟାପୀ କରାଇପାରିଥିଲେ। ସେ ପଦ୍ମବିଭୂଷଣ, କାଳିଦାସ ପ୍ରଭୃତି ଅନେକ ପରସ୍କାରର ସେ ଅଧିକାରୀ। ୭ ଏପ୍ରିଲ ୨୦୦୪ରେ ତାଙ୍କର ନିଧନ ଘଟିଥିଲା। ତାଙ୍କ ପରି କିମ୍ବଦନ୍ତୀ ଓଡ଼ିଶୀ ନୃତ୍ୟଗୁରୁ କ୍ୱଚିତ ଦେଖିବାକୁ ମିଳେ।

Comments are closed.