କେଜ୍ରିୱାଲଙ୍କ ପତ୍ନୀ କରୋନା ସଂକ୍ରମିତ, ନିଜକୁ ଆଇସୋଲେଟ୍‌ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ନିଜକୁ ଆଇସୋଲେଶନରେ ରଖିଛନ୍ତି। ସୁନୀତା ମଧ୍ୟ ନିଜ ଘରେ ଆଇସୋଲେଶନରେ ରହିଛନ୍ତି।

ଦିଲ୍ଲୀରେ ପ୍ରତିଦିନ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଯାହାକୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି। ପ୍ରତିଦିନ ଏଠାରେ ୨୦ରୁ ୨୫ ହଜାର ମଧ୍ୟରେ ଆକ୍ରାନ୍ତ ଠାବ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ୬ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଆଜି ଲକଡାଉନର ପ୍ରଥମ ଦିନ। ଏହା ଆସନ୍ତା ସୋମବାର ସକାଳ ଯାଏ ବଳବତ୍ତର ରହିବ। ଅନ୍ୟପଟେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଶଯ୍ୟା ଅଭାବ ଥିବାବେଳେ ୫୦ରୁ କମ୍‌ ଆଇସିୟୁ ବେଡ୍‌ ଉପଲବ୍ଧ ରହିଛି।

Comments are closed.