କେଜରିୱାଲ ଓ ଭାଲେଣ୍ଟାଇନ୍ସ ଡେ’

ଫେବୃଆରୀ ୧୪ତାରିଖ ସହିତ ଦିଲ୍ଲୀର ନବନିର୍ବାଚିତ ଦଳ ‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କର ଭାରି ଗଭୀର ସମ୍ପର୍କ। ଅବଶ୍ୟ ଭାଲେଣ୍ଟାଇନ୍‌ ଡେ’ ପାଇଁ ନୁହେଁ, ରାଜନୈତିକ ଦୃଷ୍ଟିରୁ। ୨୦୧୩ ଡିସେମ୍ବର ୨୮ରେ କେଜରିୱାଲ ପ୍ରଥମ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ। ହେଲେ, ୪୯ ଦିନରେ ସରକାର ଭାଙ୍ଗିଗଲା। କେଜରିୱାଲ ଇସ୍ତଫା ଘୋଷଣା କଲେ ଏବଂ ୨୦୧୪ ଫେବୃଆରୀ ୧୪ତାରିଖରେ ଇସ୍ତଫା ଦେଇଥିଲେ। ୨୦୧୫ ଜାନୁଆରୀ ୧୨ରେ ପୁଣି ନିର୍ବାଚନ ଘୋଷଣା ହେବା ମାତ୍ରେ ଆପ୍‌ ମୁଖପାତ୍ର ରାଘବ ଚଢା ଘୋଷଣା କରିଥିଲେ ଯେ କେଜରିୱାଲ ଫେବୃଆରୀ ୧୪ ତାରିଖରେ ରାମଲୀଳା ମୈଦାନରେ ଶପଥ ଗ୍ରହଣ କରିବେ। ସତକୁ ସତ ଆପ୍‌ ୬୭ଟି ଆସନରେ ଜିତି ସଂଖ୍ୟାଗରିଷ୍ଠତା ହାସଲ କଲା ଏବଂ ୨୦୧୫ ଫେବୃଆରୀ ୧୪ରେ କେଜରିୱାଲ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୬ ଫେବୃଆରୀ ୧୪ରେ କେଜରିୱାଲ ଟ୍ବିଟ୍‌ କରିଥିଲେ, ଗତବର୍ଷ ଏହି ଦିନ ଆପ୍‌ ପ୍ରେମରେ ପଡିଯାଇଥିଲା ଦିଲ୍ଲୀ। ପୁଣି ୨୦୧୮ ଫେବୃଆରୀ ୧୪ତାରିଖରେ ହିଁ ସେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରୁ ଫେବୃଆରୀ ୧୪ତାରିଖ ପ୍ରତି ତାଙ୍କର ବିଶେଷ ଆକର୍ଷଣ ବାରି ହୋଇପଡୁଛି। ଏଥର ଜବରଦସ୍ତ ବିଜୟ ପରେ ୨୦୨୦ର ଫେବୃଆରୀ ୧୪ରେ ଅପେକ୍ଷା, କେଜରିୱାଲ ଆଉ କ’ଣ ବିଶେଷ କରିବେ?? ଏବେ ଭାଲେଣ୍ଟାଇନ୍‌ ଡେ’ ଅବସରରେ ତାଙ୍କର ଏହି ଫେବୃଆରୀ ୧୪ ସଂଯୋଗ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Comments are closed.