ପର୍ସରେ ରଖନ୍ତୁ ଏହି ଜିନିଷ: କମିବ ଖର୍ଚ୍ଚ, ହେବନି ଟଙ୍କାର ଅଭାବ

ବେଳେବେଳେ ଏମିତି ହୁଏ, ଆୟ ତୁଳନାରେ ବ୍ୟୟ ଖୁବ୍‌ ଅଧିକ ହୋଇଥାଏ। ଆମେ ଯେତେ ଯାହା କଲେ ମଧ୍ୟ ଖର୍ଚ୍ଚ କମେନାହିଁ। ହେଲେ ଆମେ ଏ ବିଷୟରେ ଅବଗତ ନଥା’ନ୍ତି ଯେ, ଏପରି ହେବାର ଏକ ମୁଖ୍ୟ କାରଣ ବାସ୍ତୁଦୋଷ ମଧ୍ୟ ହୋଇଥାଏ। ଏପରି କିଛି ଜିନିଷ ଅଛି ଯାହାକୁ ପର୍ସରେ ରଖିଲେ ଖର୍ଚ୍ଚ କମ ହେବା ସହ ଟଙ୍କାର ଅଭାବ ରହେନାହିଁ। ଆସନ୍ତୁ ଜାଣିବା ସେ ବିଷୟରେ –

୧. ପର୍ସରେ ଛୋଟ ନଡିଆ ରଖନ୍ତୁ। ଛୋଟ ପର୍ସରେ ଜାଗା ନ ହେଲେ ବଡ ପର୍ସରେ ରଖିପାରିବେ।
୨. ଓସ୍ତପତ୍ରକୁ ନ ମୋଡି ରଖନ୍ତୁ, ଯଦ୍ଦ୍ବାରା ଆପଣଙ୍କର ଅଯଥା ଖର୍ଚ୍ଚ ହେବନାହିଁ କି ଅଭାବ ରହିବ ନାହିଁ।
୩. ପର୍ସରେ ବିଷମ ସଂଖ୍ୟାରେ ଗୋମତି ଚକ୍ର ରଖନ୍ତୁ। ଏହାଦ୍ୱାରା ଟଙ୍କା ପଇସାର ଅଭାବ ରହିବ ନାହିଁ। ଏହା ସହିତ ମାନସିକ ସ୍ଥିତ ମଧ୍ୟ ଭଲ ରହିବ। ଭବିଷ୍ୟତରେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ।
୪. ଓଭାଲ ହ୍ବାଇଟ୍ ଷ୍ଟୋନ୍‌କୁ ପର୍ସରେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ସବୁବେଳେ ଖୁସି ମିଳିବ। ନିଜ କାମକୁ ନେଇ ସବୁବେଳେ ସକରାତ୍ମକ ରହିବେ। ଆଉ ଖୁସି ରହିଲେ ସଫଳତା ନିଶ୍ଚୟ ମିଳିବ।

Comments are closed.