ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କେଦାରନାଥ ପୀଠ

ଡେହେରାଡୁନ : ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦର୍ଶନ ପାଇଁ କେଦାରନାଥ ପୀଠକୁ ଗୁରୁବାର ଠାରୁ ଖୋଲାଯାଇଛି । ଶୀତଦିନ ପରେ ଆଜି ସକାଳୁ ବେଦମନ୍ତ୍ର ଉଚ୍ଚାରଣ ଓ ପାରମ୍ପରିକ ରୀତିନୀତି ସହ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯାଇଛି । ଅତିଶୟ ଥଣ୍ଡା ପାଗ ସତ୍ତ୍ବେ ସାରା ଦେଶରୁ ବହୁସଂଖ୍ୟରେ ଭକ୍ତ ଶିବଙ୍କର ପ୍ରଥମ ଦର୍ଶନ କରିବା ପାଇଁ କେଦାରନାଥ ଧାମରେ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁମାନେ ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଏହା ସହିତ ଚାରଧାମ ଯାତ୍ରା ଆରମ୍ଭ ହୋଇଛି।

ହଜାର ହଜାର ଶ୍ରଦ୍ଧାଳୁଙ୍କ ସହ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ କେଦାରନାଥ ପୀଠରେ ଆଜି ପୂଜା ଓ ପ୍ରାର୍ଥନା କରିଛନ୍ତି।

 

Comments are closed.