ବାଟ କଢୁଆଳର କବିତା ଆସର ଓ କର୍ମକର୍ତ୍ତା ଚୟନ

ପଦ୍ମପୁର : ପଦ୍ମପୁର ଉପ ଖଣ୍ତ ବୁକୁରାମୁଣ୍ତା ମହିମା ଆଶ୍ରମ ପରିସରରେ ବୁବୁଡାରେ ଥିବା ବାଟ୍ କଢୁଆଳ୍ ଓ ଏସ୍.ଏମ୍.କ୍ରିଏସନ୍ ଆନୁକୂଲ୍ୟରେ ଏକ କବିତା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋଭିଡ ୧୯ ର ନିୟମ ଅନୁସାରେ ସାମାଜିକ ଦୂରତା ଓ ମାକ୍ସ ବ୍ୟବହାର କରି କବି ମଣ୍ତଳୀ କବିତା ପଠନ କରିଥିଲେ ।ପ୍ରଥମେ ମହିମା ଆଶ୍ରମର ଅଧିଷ୍ଠାତା ବାବା ଗିରିଜା ଶଂକର ଦାସଂକ ଆଶର୍ବାଦ ନେବା ପରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ  ଆରମ୍ଭ ହୋଇଥିଲା ।ସୁରେନ୍ଦ୍ର ମେହେରଂକ ସଂଯୋଜନାରେ ଅତିଥି କବି ଭାବରେ କବୟିତ୍ରୀ ଉତ୍ତମା ପ୍ରଧାନ ଯୋଗଦାନ କରିଥିଲେ।ପୌଲସ୍ତ୍ୟ ସାହା,ଚନ୍ଦନ ସାହୁ କବିତା ପଠନ କରିଥିଲେ ।ସାମ୍ବାଦିକ ନିରଂଜନ ତ୍ରିପାଠୀ ସହଯୋଗ କରିଥିଲେ ।
ଦ୍ବିତୀୟ ପର୍ଯ୍ୟାୟରେ ମହିମା ମଠ ପରିସରକୁ କବିମାନେ ସ୍ବଛ୍ଛ ରଖିବା ପାଇଁ ସଫେଇ କାମ ଆପଣେଇ ଥିଲେ।ପରେ ବାଟ୍ କଢୁଆଳର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ସୁରେନ୍ଦ୍ର ମେହେର,ସଂପାଦକ ପୌଲସ୍ତ୍ୟ ସାହା,ସହ ସଂପାଦକ ରମାକାନ୍ତ ସାହୁ ଓ ଦେବୀ ପ୍ରସାଦ ଭୋଇ,ଜୟଶ୍ରୀ ମେହେର,ଚନ୍ଦନ ସାହୁ,ସୁମିତ ଦାନୀ ସଦସ୍ୟ ଅଛନ୍ତି ।ଆଗାମୀ ଡିସେମ୍ବର ମାସରେ ବାଟ କଢୁଆଲ୍ ର ବାର୍ଷିକ ବିଶେଷାଂକ ଆତ୍ମ ପ୍ରକାଶ କରିବା ପାଇଁ ସର୍ବ ସମ୍ମତି ପ୍ରସ୍ତାବ ଗୃହୀତ ହେଲା ।

Comments are closed.