ଆରାମ କରୁଛନ୍ତି କ୍ୟାଟ୍ରିନା

ମୁମ୍ବଇ : ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କେଫ୍ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିଜ ବ୍ୟୁଟିି ପ୍ରଡକ୍ଟ ‘କେ ବାଏ କ୍ୟାଟ୍ରିନା’ର ବଜାର ପ୍ରବେଶ କରାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ କରାଯାଇଛି। ଏଇ କିଛିଦିନ ତଳେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ସୁଟିଂ ମଧ୍ୟ ଶେଷ ହୋଇଛି। ଏଣୁ କିଛି ଦିନ ପାଇଁ ଆରାମ କରୁଛନ୍ତି କ୍ୟାଟ୍ରିନା। ମିଳିଥିବା ଖବର ଅନୁସାରେ, ସୁଇଜରଲ୍ୟାଣ୍ଡ ଭ୍ରମଣରେ ଯାଇଛନ୍ତି ସେ। ଗଣମାଧ୍ୟମ ପାଖକୁ ଯେପରି ଏ ଖବର ନ ପହଞ୍ଚେ ସେଥିପାଇଁ ଖୁବ୍ ସତର୍କତା ଅବଲମ୍ବନ କରୁଛନ୍ତି କ୍ୟାଟ୍ରିନା। ଆଜିକାଲି ଆଉ ଅଧିକ ଚଳଚ୍ଚିତ୍ରରେ କାମ କରିବାକୁ ସେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ଷକୁ ଗୋଟିଏ ଭଲ ବ୍ୟାନରର ଚଳଚ୍ଚିତ୍ରରେ କାମ କରିବାକୁ ସେ ପ୍ରାଧାନ୍ୟ ଦେବେ ବୋଲି ତାଙ୍କ ମତ। ବିବାହ ପ୍ରସଙ୍ଗରେ କ୍ୟାଟ୍ରିନା ସ୍ମିତ ହସରେ କହିଛନ୍ତି, ଏ ବାବଦରେ ସେ କିଛି ନିଷ୍ପତ୍ତି ନେଇନାହାନ୍ତି। କେବଳ ସମୟକୁ ଅପେକ୍ଷା କରିଛନ୍ତି, ଯାହା ସମୟ ଅନୁସାରେ ହେବ।

Comments are closed.