କ୍ୟାଟ୍ରିନାଙ୍କ ପରି ଦେଖାଯାଉଛନ୍ତି ଏହି ନାୟିକା

ମୁମ୍ବଇ : ବଲିଉଡ଼ର ଆଗ ଧାଡ଼ିର ନାୟିକା ହେଉଛନ୍ତି କ୍ୟାଟ୍ରିନା କୈଫ୍। ସେ ବଲିଉଡ଼କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। କ୍ୟାଟ୍ରିନାଙ୍କ ପରି ଦେଖାଯାଉଥିବା ଆଉ ଜଣେ ନାୟିକା ଏବେ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆ ତାରକା ତଥା ମଡେଲ ଆଲିନା ରାୟଙ୍କ ମୁହଁ କ୍ୟାଟ୍ରିନାଙ୍କ ସହ ପ୍ରାୟ ମିଶି ଯାଉଥିବା ଦେଖାଯାଉଛି। ଆଲିନାଙ୍କୁ ଦର୍ଶକମାନେ ଦ୍ବିତୀୟ କ୍ୟାଟ୍ରିନା କୈଫ୍ ବୋଲି କହୁଛନ୍ତି। ମାତ୍ର ଆଲିନା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିବା ଆଲିନା ବର୍ତ୍ତମାନ ଫିଲ୍ମରେ ମଧ୍ୟ କାମ କରୁଛନ୍ତି।
ଆଲିନା ବାଦଶାହଙ୍କ ମ୍ୟୁଜିକ୍ ଭିଡିଓରୁ ଲୋକଲୋଚନକୁ ଆସିଥିଲେ। ଗତ ବର୍ଷ ରିଲିଜ ହୋଇଥିବା ଏହି ଭିଡିଓ ପରେ ହଠାତ୍ ଦର୍ଶକଙ୍କ ଧ୍ୟାନ ଆଲିନାଙ୍କ ଉପରକୁ ଯିବା ଆରମ୍ଭ କରିଥିଲା।

Comments are closed.