୩ ମାସ ବନ୍ଦ ରହିବ କଟକ କାଠଯୋଡ଼ି ପୁରୁଣା ପୋଲ

କଟକ କାଠଯୋଡ଼ି ନଦୀ ଉପରେ ଥିବା ପୁରୁଣା ପୋଲ ଦିନକୁ ଦିନ ଦୁର୍ବଳ ହୋଇପଡୁ ଥିବାରୁ, ଏହାର ମରାମତି ଆବଶ୍ୟକ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଅବଶକୀୟ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କମିସନରେଟ ପୁଲିସକୁ ଜଣାଇଛି। ଫଳରେ ଚଳିତ ମାସ ୪ ତାରିଖରୁ ୯୦ ଦିନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କମିସନରେଟ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଏହି ଟ୍ରାଫିକ କଟକଣା ଆସନ୍ତା ୨୦୨୨ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନା ମୁତାବକ, ଭୁବନେଶ୍ୱରରୁ ୧୬ ନମ୍ବର ଜାତୀୟ ରାଜପଥରେ କଟକ ଆଡକୁ ଆସୁଥିବା ସମସ୍ତ ଯାନବାହାନ ବାମ ପାର୍ଶ୍ୱ କାଠଯୋଡ଼ି ପୋଲ ଉପରେ ଆସିବା ପରିବର୍ତ୍ତେ ଗୋପାଳପୁର ତାରିଣୀ ମନ୍ଦିର ନିକଟରୁ କାଠଯୋଡିର ମଝି ପୋଲ ଉପର ଦେଇ ଆସିବେ ଓ ମଧୁପାଟଣା ଓଭର ବ୍ରିଜ ଦେଇ ଜଗତପୁର ଓ ଚଣ୍ଡିଖୋଲ ଆଡକୁ ଯିବେ। ସେହିପରି ଅନ୍ୟ ଯାନଗୁଡିକ ମଣି ମନ୍ଦିର ବୁଲାଣି ଦେଇ ସହର ମଧ୍ୟକୁ ପ୍ରବେଶ କରିବେ ବୋଲି ଭୁବନେଶ୍ୱର-କଟକ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଜଣାଇଛନ୍ତି।

Comments are closed.