ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତ୍ରିରଙ୍ଗା ସଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ବାଧିନତା ସଂଗ୍ରାମୀମାନଙ୍କ ବେଶ ପୋଷାକ ଧାରଣ କରି ଜନସାଧାରଣଙ୍କୁ ସେଇ ବୀର ଯବାନ ଓ ମହାପୁରୁଷମାନଙ୍କ ବଳିଦାନର ଅମର ଗାଥାକୁ ପୁଣି ଥରେ ଜାଗ୍ରତ କରିଥିଲେ। ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ତ୍ରିରଙ୍ଗା ପତାକାକୁ ଧରି ସମବେତ ଜୟଘୋଷ ଦେଇଥିଲେ ‘ମେରି ଜାନ୍ ତ୍ରିରଙ୍ଗା , ଭାରତ କି ସାନ୍ ତ୍ରିରଙ୍ଗା, ହର ଘର୍ ତ୍ରିରଙ୍ଗା’। କୋମଳମତି ବାଳକ ବାଳିକାମାନଙ୍କ ହାତରେ ତ୍ରିରଙ୍ଗା ଓ ଜୟଘୋଷରେ କମ୍ପି ଉଠିଥିଲା କାଶୀପୁର।କୁନି କୁନି ହାତରେ ଜାତୀୟ ପତାକାକୁ ଧରି ସେମାନେ ଏହି ବାର୍ତ୍ତା ଦେଇଥିଲେ ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ଏହି ବାର୍ତ୍ତାକୁ ନେଇ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଏହି ଜାତୀୟ ଭାବଧାରାକୁ ପ୍ରବଳ ବର୍ଷା ର ଧାରା ମଧ୍ୟ ଅଟକାଇ ପାରି ନଥିଲା । ଭୀଷଣ ବର୍ଷା ସ୍ବତେ ମଧ୍ୟ ଶୋଭାଯାତ୍ରା ଗାଁ ପରିକ୍ରମା କରି ଏହି ଅମୃତ ମହୋତ୍ସବର ଉଦ୍ଦେଶ୍ୟକୁ ଚରିତାର୍ଥ କରିଥିଲା । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାକା ମହେଶ୍ବର ରାଓ ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ ସହ କର୍ମଚାରୀ, ଗ୍ରାମର ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟାମାନେ ସାମିଲ ହୋଇଥିଲେ।

Comments are closed.