କାଶୀ ବିଶ୍ୱନାଥ ମନ୍ଦିରରେ ଲାଗୁ ହେବ ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା

ଏଣିକି ପ୍ୟାଣ୍ଟ୍‍, ଶାର୍ଟ ପିନ୍ଧି କରି ପାରିବେନି ସ୍ପର୍ଶ ଦର୍ଶନ

ବାରଣସୀ: ବାରଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ଡ୍ରେସ୍‍ କୋଡ୍‍ ମୁତାବକ ମନ୍ଦିରରେ କାଶୀ ବିଶ୍ୱନାଥଙ୍କ ସ୍ପର୍ଶ ଦର୍ଶନ ପାଇଁ ଏଣିକି ପୁରୁଷଙ୍କୁ ଧୋତି-କୁର୍ତା ଓ ମହିଳାମାନଙ୍କୁ ଶାଢୀ ପିନ୍ଧିବାକୁ ପଡ଼ିବ। ଏହି ବ୍ୟବସ୍ଥା ଲାଗୁ ହେବା ପରେ ଜିନ୍ସ, ପ୍ୟାଣ୍ଟ, ଶାର୍ଟ ଓ ସୁଟ୍‍ ପିନ୍ଧି ଲୋକେ ଦର୍ଶନ କରିପାରିବେ କିନ୍ତୁ ସେମାନଙ୍କୁ ସ୍ପର୍ଶ ଦର୍ଶନ କରିବାର ଅନୁମତି ମିଳିବ ନାହିଁ। ରବିବାର ମନ୍ଦିର ପ୍ରଶାସନ ଓ କାଶୀ ବିଦ୍ୱାନ ପରିଷଦର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡ୍ରେସ୍‍ କୋଡ୍‌ ସହ ସ୍ପର୍ଶ ଦର୍ଶନର ଅବଧି ମଧ୍ୟ ବୃଦ୍ଧି କରାଯିବ। ମକର ସଂକ୍ରାନ୍ତି ପରଠାରୁ ଏହି ନୂତନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସୂଚନା ମିଳିଛି।

Comments are closed.