କରୱାଚୌଥ ବିଶେଷ : ସୁନ୍ଦର ଦେଖାଯିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନଭେମ୍ବର ୪, ବୁଧବାର କରୱାଚୌଥ ପାଳନ କରାଯାଉଛି। ଏହି ଦିନ ବିଶେଷ କରି ସଧବା ମହିଳା ମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ଏହି ବ୍ରତ ପାଳନ କରିଥାଆନ୍ତି। ଏହିଦିନ ମହିଳା ମାନେ ନବବଧୂ ଭଳି ସଜ୍ଜିତ ହୁଅନ୍ତି। ଜାଣନ୍ତୁ ଆଜିର ଏହି ଦିନରେ ସୁନ୍ଦର ଦେଖାଯିବା ପାଇଁ କେଉଁ କେଉଁ ଉପାୟ ଆପଣାଇବେ……
ମୁଲତାନୀ ମାଟି ଓ ମହୁ ମିଶ୍ରିତ ଫେସ ପ୍ୟାକ ଲଗାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ୧୫ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ।
ଏହି ଦିନ କେଶ ବାନ୍ଧିବା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। କେଶରେ ସୁନ୍ଦର ଓ ବାସ୍ନାର ଗଜରା ଲଗାନ୍ତୁ। ଏହା ଆପଣଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।
ଏହିଦିନ ହାତରେ ଓ ପାଦରେ ସୁନ୍ଦର ସୁନ୍ଦର ଶୈଳୀରେ ମେହେନ୍ଦି ନିଶ୍ଚୟ ଲଗାନ୍ତୁ। ଏହାସହ ଲାଲ ରଙ୍ଗର ନେଲପୋଲିସ ମଧ୍ୟ ଲଗାନ୍ତୁ।
ଏହିଦିନ ବିଶେଷ କରି ଲାଲ ଓ ଗୋଲାପି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ। ମେକଅପ ମଧ୍ୟ ପୋଷାକ ସହ ଖାପଖୁଆଇଲା ଭଳି ଲଗାନ୍ତୁ। ସଠିକ ଲିପଷ୍ଟିକ ପୋଷାକ ଅନୁଯାୟୀ ଲଗାନ୍ତୁ। ହାତ ଓ ପାଦରେ ମୁଦି ପିନ୍ଧନ୍ତୁ। ବିଭିନ୍ନ ଅଳଙ୍କାର ପିନ୍ଧନ୍ତୁ। କଳା ଓ ଧଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ଅନ୍ୟର ନିନ୍ଦା କରନ୍ତୁ ନାହିଁ।

 

 

Comments are closed.