ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ : ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ପୁରୀ : ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ବୁଧବାରଠାରୁ ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ଆଜିଠାରୁ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ। ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ ହୋଇଥାଏ। ଦଶହରାରେ ଗୋଷାଣୀ ଭାବେ ପୂଜା ପାଉଥିବା ଦେବୀ ଦୁର୍ଗା ଶୋଭାଯାତ୍ରାରେ ବାହାରି ଉକ୍ତ ଦେବସଭାରେ ଯୋଗଦେବାର ପରମ୍ପରା ରହିଛି। ଶ୍ରୀମନ୍ଦିରର ମହାଦୀପ ଦର୍ଶନ କରିବା ପରେ ଗୋଷାଣୀମାନେ ଦେବୀଘାଟକୁ ଯାଇ ଜଳ ବିସର୍ଜନ କରିଥା’ନ୍ତି।

Comments
Loading...